ରଗ୍‌ବୀ ପୃଷ୍ଠପୋଷକତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ରଗବୀ ଇଣ୍ଡିଆ ଓ ରାହୁଲ ବୋଷଙ୍କ କୃତଜ୍ଞତା

ଭୁବନେଶ୍ୱର- ଉଜ୍‌ବେକିସ୍ତାନ ଗସ୍ତରେ ଯିବାକୁ ଥିବା ଭାରତର ୧୮ ବର୍ଷରୁ କମ୍ ମହିଳା ହକି ଦଳକୁ ସବୁ ପ୍ରକାଶ ସହାୟତାର ଆଶ୍ୱାସନା ଓ ଶୁଭେଚ୍ଛା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛି ରଗବୀ ଇଣ୍ଡିଆ । ରଗ୍‌ବୀ ପ୍ରେମୀ ଅଭିନେତା ରାହୁଲ ବୋଷ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ହକି ପରେ ରାଜ୍ୟ ସରକାର ରଗବୀ ଖେଳର ମଧ୍ୟ ପୃଷ୍ଠପୋଷକତା କରିବେ । ଜାତୀୟ ରଗବୀ ଦଳର ପ୍ରାୟୋଜକ ହେବା ପାଇଁ ରାଜ୍ୟ ସରକାର ଓ କିଟ୍ ମିଳିତ ଭାବେ ରଗବୀ ଇଣ୍ଡିଆ ସହ ତିନି ବର୍ଷିଆ ଚୁକ୍ତି କରିଛନ୍ତି ।

Comments are closed.