ପାରା ଅଲିମ୍ପିକ୍ସ : ନୂଆ ଏସୀୟ ରେକର୍ଡ ସହ ହାଇଜମ୍ପ ରୌପ୍ୟ ଜିତିଲେ ନିଷାଦ କୁମାର, ଡିସକସ୍ ଥ୍ରୋ ରେ ବ୍ରୋଞ୍ଜ ଜିତିଲେ ବିନୋଦ କୁମାର

ଟୋକିଓ –ଜାତୀୟ କ୍ରୀଡା ଦିବସରେ ଟୋକିଓ ପାରା ଅଲିମ୍ପିକ୍ସରୁ ଭାରତ ପାଇଁ ଆହୁରି ଭଲ ଖବର ଆସିଛି । ପ୍ରଥମେ ମହିଳା ଟେବୁଲ ଟେନିସରେ ଭବିନା ପଟେଲ ରୌପ୍ୟ ଜିତିଲା ପରେ ସଂଧ୍ୟାରେ ଆଥଲେଟିକ୍ସରୁ ଆଉ ଦୁଇଟି ପଦକ ଆସିଛି । ପୁୁରୁଷ ଟି ୪୭ ଶ୍ରେଣୀ ହାଇଜମ୍ପରେ ନିଷାଦ କୁମାର ରୌପ୍ୟ ପଦକ ଜିତିଛନ୍ତି । ନିଜର ପ୍ରଥମ ପାରା ଅଲିମ୍ପିକ୍ସରେ ହିଁ ପଦକ ଜିତିବାରେ ସଫଳ ହୋଇଛନ୍ତି ନିଷାଦ କୁମାର । ନିଷାଦ ୨ ଦଶମିକ ୦୬ ମିଟର ଉଚ୍ଚତା ଅତିକ୍ରମ କରି ନୂଆ ଏସୀୟ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିଛନ୍ତି ।

ପୁରୁଷ ଡିସକସ୍ ଥ୍ରୋରେ ବିନୋଦ କୁମାର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏଫ-୫୨ ଡିସକସ୍ ଥ୍ରୋରେ ବିନୋଦ କୁମାର ୧୯ ଦଶମିକ ୯୨ ମିଟରକୁ ଡିସକସ୍ ଫିଙ୍ଗି ନୂଆ ଏସିଆନ ରେକର୍ଡ ସ୍ଥାପନ ସହ ବ୍ରୋଞ୍ଜ ପଦକ ଜିତିଥିଲେ ।

ପୂର୍ବରୁ ଭବିନା ପଟେଲ ଟେବୁଲ ଟେନିସରେ ରୌପ୍ୟ ପଦକ ଜିତିଥିଲେ ।

Comments are closed.