ବ୍ରଜମଣ୍ଡଳ ପରିକ୍ରମା: ଅତି ଗୌରବର ସହିତ ଆଦର କରିଥିବାରୁ ସ୍ଥାନର ନାମ ହେଲା “ଗୌରବାଇ”

ଗୌରବାଇ : ଗୋକୁଳର ଛଅ ମାଇଲ ଦୂର ଦକ୍ଷିଣ ପଶ୍ଚିମ କୋଣରେ ରହିଛି ‘ଟାନା’ ନାମକ ଏକ ପ୍ରାଚୀନ୍ନ ଗ୍ରାମ। ଏହି ଗ୍ରାମର ଜଣେ ବିଶିଷ୍ଟ ଜମିଦାର ଶ୍ରୀ ନନ୍ଦବାବାଙ୍କ ପରମ ବନ୍ଧୁଥିଲେ। ସମୟ କ୍ରମରେ ଶ୍ରୀ ନନ୍ଦବାବା ଶ୍ରୀକୃଷ୍ଣଙ୍କ ନିମନ୍ତ୍ରଣ ପାଇ କୁରୁକ୍ଷେତ୍ର ଗମନ କରିଥିଲେ। କୁରୁକ୍ଷେତ୍ରରୁ ଫେରିବା ସମୟରେ ଏହି ଜମିଦାର ବନ୍ଧୁ ଅତି ଗୌରବର ସହିତ ଶ୍ରୀ ନନ୍ଦବାବାଙ୍କୁ କିଛି ଦୂର ଯାଇ ଉକ୍ତ ଗ୍ରାମକୁ ପାଛୋଟି ଆଣିଥିଲେ। ତାଙ୍କର ଅଭ୍ୟର୍ଥନା ଏପରି ଥିଲା ଯେ ଶ୍ରୀ ନନ୍ଦବାବା ଚିରକାଳ ତାହାକୁ ଭୁଲିପାରି ନଥିଲେ। ନିଜର ଗୌରବର ସୀମା ଅନୁଭଵ କରିଥିବାରୁ ସେହି ସ୍ଥାନର ନାମ ରହିଲା ‘ଗୌରବାଇ’ । ଏହାଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଲାଭ କରିଛି।

ଛଟିକରା : ଏହାର ପ୍ରାଚୀନ୍ନ ନାମ ହେଉଛି ‘ଷଷ୍ଠୀ ଘରା’ ବା ‘ଷଷ୍ଠୀକରା’ । ଅଧୁନା ଏହାର ନାମ ଛଟିକରା ରହିଛି। ଏହି ସ୍ଥାନଟି ଦିଲ୍ଲୀ ମଥୁରା ରାସ୍ତାରେ ପଡିଥାଏ। କିମ୍ବଦନ୍ତୀ କୁହେ ଶ୍ରୀମତୀ ରାଧାରାଣୀଙ୍କ ଛଅଜଣ ସଖୀଙ୍କ ନାମରୁ ଏହି ସ୍ଥାନର ନାମ ଛଟିକରା ହୋଇଛି। ଅନ୍ୟ କେତେକଙ୍କ ମତରେ ଶ୍ରୀ ନନ୍ଦବାବା ନନ୍ଦଗାଁଓ ଯିବା ସମୟରେ ତାଙ୍କ ରଥର ଏକ ପହିଆ ଏଠାରେ ଛଅ ଖଣ୍ଡରେ ବିଭାଜିତ ହୋଇଥିବାରୁ ଏହାର ନାମ ଛଟିକରା ହୋଇଛି। ଏହି ସ୍ଥାନରେ ଶ୍ରୀରାଧାଙ୍କ ଗୁପ୍ତଗୃହ ରହିବା ସହିତ କଦମ୍ବ କାନନ ରହିଛି। ଶ୍ରାବଣୀ ଶୁକ୍ଳ ଅଷ୍ଟମୀ ରେ ଏଠାରେ ପଞ୍ଚତୀର୍ଥ ମେଳା ଅନୁଷ୍ଠିତ ହୋଇଥାଏ।
. …. କ୍ରମଶଃ

Comments are closed.