ବିଜେଡିରେ ସାମିଲ ହେଲେ ବହୁ ମହିଳା ସଂଗଠକ

ସମ୍ବଲପୁର : ବିଜୁ ଜନତା ଦଳ ସମ୍ବଲପୁର ଜିଲ୍ଲା କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ଏକ ଯୋଗଦାନ ପର୍ବରେ ବହୁ ମହିଳା ସଂଗଠକ ତଥା ସ୍ବୟଂ ସହାୟକ ଗୋଷ୍ଠୀର ବହୁ ସଭାନେତ୍ରୀ ଓ ସଂପାଦିକା ଦଳରେ ଯୋଗ ଦେଇଛନ୍ତି ।

ଯୁବ ନେତା ଆଶିଷ ମିଶ୍ର (ରିଂକୁ) ଓ ନାରୀ ନେତ୍ରୀ ମିତାଲି ସାହୁଙ୍କ ଉଦ୍ୟମରେ ସମ୍ବଲପୁର ମହାନଗର ଅନ୍ତର୍ଗତ ୱାର୍ଡ ନମ୍ବର ୩୪ ର ବହୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଙ୍ଗଠିକା ମାନେ ବିଜୁ ଜନତା ଦଳ ରେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ.ସିଦ୍ଧାର୍ଥ ଦାସ,ଜିଲ୍ଲା ବିଜେଡି ସମ୍ପାଦକ ଦିଲୀପ ଦାଶ, ଜିଲ୍ଲା କୋଷାଧ୍ୟକ୍ଷ ରବୀନ୍ଦ୍ର କୁଅଁର, ଯୁବ ନେତା ନିଶାନ୍ତ ଦୀକ୍ଷିତ, ଲିଙ୍ଗରାଜ ତ୍ରିପାଠୀ, ୟାମିନୀ ବହିଦାର, ପୂର୍ବତନ ସରପଞ୍ଚ ତଥା ଚାଷୀ ନେତା ପ୍ରମୋଦ ନାୟକ, ଜିଲ୍ଲା ମିଡ଼ିଆ ସଂଯୋଜକ ଚନ୍ଦ୍ର କୁମାର ଦୀକ୍ଷିତଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗଦାନ କରିଲେ । ଦଳରେ ନୂତନ ଭାବେ ଯୋଗ ଦେଇଥିବା ମହିଳା ସଙ୍ଗଠିକା ରତନୀ ମୁଣ୍ଡା, ବିମଳା ମୁଣ୍ଡା, ସୁରଭି ମୁଣ୍ଡା, ଦୁଲିଖାଇ ମୁଣ୍ଡା,ସୁନା ମୁଣ୍ଡା,ଗାଙ୍ଗୀ ମୁଣ୍ଡା,ମାଗ୍ନି ମୁଣ୍ଡା,ଲିଳିମା ମୁଣ୍ଡା,ରାମୀ ମୁଣ୍ଡା,ଚନ୍ଦ୍ରା ଖାଲକୋ,ସଂଗୀତା ମେହେର,ରୀନା ମୁଣ୍ଡା,ସାବିତ୍ରୀ ମିର୍ଧା,ପୁଷ୍ପା ମୁଣ୍ଡା,ଲକ୍ଷ୍ମୀ ମେହେର,ବିନିତା ମୁଣ୍ଡା,ସୁନିତା ମୁଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ । ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ.ସିଦ୍ଧାର୍ଥ ଦାସ ଏବଂ ଅନ୍ୟମାନେ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରିବା ସହ ପୁଷ୍ପଗୁଚ୍ଛ ଦେଇ ଦଳ କୁ ସ୍ୱାଗତ କରିଥିଲେ ।

Comments are closed.