ଆଜିଠାରୁ ଆହୁରି କୋହଳ ହେଲା କୋରୋନା କଟକଣା, ରାତି ୧୦ଟା ଯାଏଁ ଖୋଲିବ ଦୋକାନବଜାର

ଭୁବନେଶ୍ୱର- ରାଜ୍ୟରେ ଆଜିଠାରୁ ଲାଗୁ ହୋଇଛି ସେପଟେମ୍ବର ମାସର କୋରୋନା ଗାଇଡଲାଇନ୍ । ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିବାରୁ କଟକଣା ଆହୁରି କୋହଳ କରିଛନ୍ତି ସରକାର । ଭୁବନେଶ୍ୱର, କଟକ ଓ ପୁରୀରୁ ସପ୍ତାହାନ୍ତ ସଟଡାଉନ ହଟାଇ ଦିଆଯାଇଛି । ସାରା ରାଜ୍ୟର ସହରାଞ୍ଚଳରେ କେବଳ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ନାଇଟ୍ କର୍ଫ୍ୟୁ ଅବଧି ହ୍ରାସ କରାଯାଇ ରାତି ୧୦ଟାରୁ ସକାଳ ୫ଟା କରାଯାଇଛି । ଏଣିକି ସାରା ରାଜ୍ୟରେ ୧୦ଟା ଯାଏଁ ଖୋଲିବ ଦୋକାନ ବଜାର । ସିନେମା ହଲ୍ ଶତପ୍ରତିଶତ କ୍ଷମତାରେ ଖୋଲିବ । ମଲ୍ ଓ ହଲ୍ ପାଇଁ ଟିକା ସାର୍ଟିଫିକେଟ ବାଧ୍ୟତାମୂଳକ ହେବ ନାହିଁ । ବିବାହ, ବ୍ରତ ଓ ଶେଷକୃତ୍ୟରେ ୨୫୦ ଜଣ ଯୋଗ ଦେଇପାରିବେ । ବାହାଘର ଶୋଭା ଯାତ୍ରାରେ ସର୍ବାଧିକ ୫୦ ଜଣ ଯୋଗ ଦେଇପାରିବେ ।

Comments are closed.