ଆଜିଠାରୁ ବିଧାନସଭାର ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନ, ପ୍ରଥମ ଦିନରେ ଆଗତ ହୋଇପାରେ ୭ଟି ବିଲ୍

ଭୁବନେଶ୍ୱର- ଆଜିଠାରୁ ବସୁଛି ବିଧାନସଭାର ମୌସୁମୀ ଅଧିବେଶନ । ୯ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ରହିଛି ୮ଟି କାର୍ଯ୍ୟ ଦିବସ । ଅଧିବେଶନ ଲାଗି ଗତକାଲି ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକରେ ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ସ୍ୱଳ୍ପକାଳୀନ ଅଧିବେଶନ ବେଶ୍ ସରଗରମ ହେବା ସମ୍ଭାବନା ରହିଛି । ଆଜି ପ୍ରଥମ ଦିନରେ ୬ଟି ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । କୃଷି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା , ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ଆଜି ପ୍ରଥମ ଦିନରେ ୭ଟି ବିଲ୍ ମଧ୍ୟ ଉପସ୍ଥାପନ ହେବା କାର୍ଯ୍ୟକ୍ରମ ରହିଛି ।

Comments are closed.