କଲ୍ୟାଣ ମଣ୍ଡପରେ ଚାଲିଥିଲା ଜୁଆ ଆଡ୍ଡା, ଚଢାଉ କରି ୧୧ ଜୁଆଡିଙ୍କୁ ଧରିଲା ପୋଲିସ, ପ୍ରାୟ ୩ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର –ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ପୋଲିସ ବିଳମ୍ବିତ ରାତିରେ ଏକ କଲ୍ୟାଣ ମଣ୍ଡପରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରି ୧୧ ଜୁଆଡିଙ୍କୁ ଗିରଫ କରିଛି । ନଗଦ ୨ ଲକ୍ଷ ୯୮ ହଜାର ଟଙ୍କା ଜବତ ହୋଇଛି । ଏହାଛଡା ୩ଟି ବାଇକ୍‌, ଗୋଟିଏ ଅଟୋ ଓ ୧୦ଟି ମୋବାଇଲ ଫୋନ୍ ଘଟଣା ସ୍ଥଳରୁ ଜବତ କରାଯାଇଛି । ରେଡ୍ ବେଳେ ଆଉ କିଛି ଜୁଆଡି ଫେରାର ହୋଇଯାଇଛନ୍ତି । ଏହି ଘଟଣାରେ କଲ୍ୟାଣ ମଣ୍ଡପ ମାଲିକଙ୍କୁ ଅଟକ ରଖାଯାଇ ପଚରାଉଚରା କରୁଛି ପୋଲିସ ।

Comments are closed.