କୋରୋନା କଟକଣା ମଧ୍ୟରେ ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠାରୁ ଖୋଲିଲା ଶ୍ରୀଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର- ପୂର୍ବ ନିଷ୍ପତ୍ତି କ୍ରମେ ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ପୁଣି ଖୋଲିଛି ଶ୍ରୀଲିଙ୍ଗରାଜ ମନ୍ଦିର । କୋରୋନା କଟକଣା ମଧ୍ୟରେ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଛଡାଯାଉଛି । ଉଭୟ ସେବାୟତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଡବଲ୍ ଡୋଜ୍ ଟିକାକରଣ ବାଧ୍ୟତାମୂଳକ କରାଯାଇଛି । ବିଏମସି ଗାଇଡଲାଇନ ଅନୁସାରେ ପ୍ରତି ଦର୍ଶନାର୍ଥୀ ୨ ଡୋଜ୍ ଟିକା ନେଇଥିବା ପ୍ରମାଣପତ୍ର ଦେଖାଇବା ଜରୁରୀ । ଟ୍ରଷ୍ଟ ବୋର୍ଡ ବୈଠକ ନିଷ୍ପତ୍ତି ଅନୁସାରେ ମନ୍ଦିର ଗର୍ଭଗୃହକୁ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ ନାହିଁ । କେବଳ ବାହାର କାଠ ନିକଟରୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏକାଥରକେ ୧୦୦ ଶ୍ରଦ୍ଧାଳୁଙ୍କୁ ହିଁ ମନ୍ଦିର ଭିତରକୁ ଛଡାଯିବ । ସେବାୟତମାନେ ଶ୍ରଦ୍ଧାଳୁଙ୍କଠାର ଭୋଗ ଗ୍ରହଣ କରିପାରିବେ ନାହିଁ ।

Comments are closed.