ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ, କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ

ଭୁବନେଶ୍ୱର- ଦିବଂଗତ ନେତା ଓ କୋଭିଡ ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ସହ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହା ପରେ ବିରୋଧୀ ଦଳ ନେତା ପ୍ରଦୀପ ନାୟକ ଦିବଂଗତଙ୍କ ସ୍ମୃଚିଚାରଣ କରିଥିଲେ । ଗୃହ କାର୍ଯ୍ୟ ଆରମ୍ଭରୁ କଂଗ୍ରେସ ସଦସ୍ୟମାନେ ହୋ ହଲ୍ଲା କରିଛନ୍ତି । ପ୍ରଶ୍ନକାଳ ବାତିଲ କରି ରାଜ୍ୟର ମରୁଡି ସ୍ଥିତି ନେଇ ଆଲୋଚନା ଦାବିରେ ସେମାନେ ଗୃହରେ ହଟ୍ଟଗୋଳ କରିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଲିଖିତ ଭାବେ ଏ ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ମୁଲତବୀ ପ୍ରସ୍ତାବରେ ସମାନ ପ୍ରସଙ୍ଗ ଆସିଥିବାରୁ ଏହାକୁ ଅଗ୍ରାହ କରିଦେଇଥିଲେ । ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟକୁ ୧୨ଟା ୩୨ ଯାଏଁ ମୁଲତବୀ ରଖିବାକୁ ପଡିଥିଲା ।

ବିଧାନସଭାର ମୌସୁମୀ ଅଧିବେଶନରେ ମୋଟ ୮ଟି କାର୍ଯ୍ୟଦିବସ ରହିଛି । ଶନିବାର ମଧ୍ୟ ଗୃହକାର୍ଯ୍ୟ ହେବ । ରାଜ୍ୟ ସରକାର ମୋଟ ୧୨ଟି ବିଧେୟକ ଏହି ଅଧିବେଶନରେ ଆଗତ କରିବା ସମ୍ଭାବନା ରହିଛି ।

Comments are closed.