ଅଗଷ୍ଟ ୨୮ ସୁଦ୍ଧା ୨୩ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ୧୪ ଜିଲ୍ଲାର ୪୭ଟି ବ୍ଲକରେ ଚାଷକାମ ଗୁରୁତର ପ୍ରଭାବିତ : କୃଷି ମନ୍ତ୍ରୀ

ଭୁବନେଶ୍ୱର- ଗତ ୨୦ ବର୍ଷ ମଧ୍ୟରେ ୮ ଥର ରାଜ୍ୟରେ ମରୁଡି ହୋଇଛି । ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏ ବର୍ଷ ଅଗଷ୍ଟ ୨୮ ତାରିଖ ସୁଦ୍ଧା ୨୩ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । କମ୍ ବର୍ଷା ହୋଇଥିବାରୁ ୧୪ଟି ଜିଲ୍ଲାର ୪୭ଟି ବ୍ଲକରେ ଫସଲ ଗୁରୁତର ଭାବେ ପ୍ରଭାବିତ ହୋଇଛି । ରାୟଗଡା ଓ ଗଜପତି ଜିଲ୍ଲାରେ ସ୍ଥିତିରେ ଉନ୍ନତି ଆସିଛି । ଯେଉଁ ଜିଲ୍ଲାରେ କମ୍ ବର୍ଷା ହୋଇଛି, ସେଠାରେ ସ୍ୱଳ୍ପ ପମ୍ପ ସେଟ୍ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଠା ଜଳସେଚନ ଓ କେନାଲ ପାଣିକୁ ୭ ଦିନ ମଧ୍ୟରେ ପ୍ରସ୍ତୁତ ରଖିବାକୁ କୁହାଯାଇଛି ବୋଲି କୃଷି ମନ୍ତ୍ରୀ ଗୃହକୁ ଜଣାଇଛନ୍ତି ।

Comments are closed.