ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ଗିରଫ

ଭୁବନେଶ୍ୱର- ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱରରୁ ମାନଓ ଦାସଙ୍କୁ ଗିରଫ କରିଛି ଖୋର୍ଦ୍ଧା ପୋଲିସ । ଆଜି ମାନସ ଦାସଙ୍କ ନାଁରେ ଆଉ ଏକ ଏତଲା ଦାୟର ହୋଇଥିଲା । ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ, ଧମକ ଓ ନିର୍ଯାତନା ଭଳି ଅଭିଯୋଗ ଥିଲା । ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ରଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍ ମାନସଙ୍କୁ ଗିରଫ କରିଛନ୍ତି । ରିମାଣ୍ଡରେ ଥିବା ୩ ଅଭିଯୁକ୍ତଙ୍କୁ ଜେରା କଲା ପରେ ମାନଓ ଦାସଙ୍କ ବିରୋଧରେ ପ୍ରମାଣ ମିଳିଛି । ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Comments are closed.