କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବୀକୃତ “ମୋ ସରକାର ସେଲ” ଉଦ୍‌ଘାଟିତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବୀକୃତ ” ମୋ ସରକାର ସେଲ ” ଉଦ୍‌ଘାଟିତ ହୋଇଯାଇଛି । ଚଳିତ ସେପ୍ଟେମ୍ବର ୨ ତାରିଖ ଗୁରୁବାର ଅପରାହ୍ନରେ ଜିଲ୍ଲାପାଳ ଆଶିଷ ଠାକରେ ଉକ୍ତ ନବୀକୃତ “ ମୋ ସରକାର ସେଲକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ଜିଲ୍ଲାପାଳ କହିଥିଲେ ଯେ – “ ମୋ ସରକାର ” କାର୍ଯ୍ୟକ୍ରମ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହା ଏକ ଅଭିନବ ପଦକ୍ଷେପ । ଶାସନ ବ୍ୟବସ୍ଥାକୁ ଅଧିକ ସ୍ଵଚ୍ଛ , ଉତରଦାୟୀ , ଲୋକାଭିମୁଖୀ କରିବା ଏବଂ ଜନସାଧାରଣଙ୍କୁ ଉତମ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ୫ଟି କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରିଛନ୍ତି “ ମୋ ସରକାର କାର୍ଯ୍ୟକ୍ରମ ତାର ଅଂଶ ବିଶେଷ ବୋଲି କହିଥିଲେ । ସୂଚନା ଯୋଗ୍ୟଯେ ଶାସନ ବ୍ୟବସ୍ଥାକୁ ଲୋକ କୈନ୍ଦ୍ରିକ କରିବା , ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କୁ ମର୍ଯ୍ୟାଦା ସହ ସେବା ଯୋଗାଇଦେବା । ସରକାରୀ କାର୍ଯ୍ୟାଳୟରେ ଉତମ ବ୍ୟବହାର ଓ ବୃତିଗତ ଆଚରଣକୁ ପ୍ରୋତ୍ସାହିତ କରିବା , ନାଗରିକମାନଙ୍କଠାରୁ ସିଧାସଳଖ ସରକାରୀ କାର୍ଯ୍ୟାଳୟ ଓ ସେବା ବିଷୟରେ ମତାମତ କରିବା ହେଉଛି “ ମୋ ସରକାର କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।

 

 

ଉକ୍ତ “ମୋ ସରକର” ସେଲ ଜରିଆରେ ନାଗରିକମାନେ ସରକାରଙ୍କ ଦ୍ବାରା ପ୍ରବର୍ତ୍ତିତ ବିଭିନ୍ନ ଯୋଜନାର ସୁଫଳ କିପରି ପାଉଛନ୍ତି , ସରକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କ ଦ୍ବାରା ହଇରାଣ ହରକତ ହେଉଛନ୍ତି କି ଏବଂ ସେମାନଙ୍କର ହିତାଧିକାରୀମାନଙ୍କ ପ୍ରତି କିପରି ବ୍ୟବହାର କରୁଛନ୍ତି ତାହା ଜାଣିବା ପାଇଁ ଉକ୍ତ “ ମୋ ସରକାର ସେଲରୁ ହିତାଧିକାରୀଙ୍କ ନିକଟକୁ ଫୋନ୍ କରାଯାଇ ମତାମତ ସଂଗ୍ରହ କରାଯିବ ଏବଂ ଆବଶ୍ୟକ ସ୍ଥଳେ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଠାକରେ ସୂଚନା ଦେଇଛନ୍ତି ।

ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ସନ୍ତୋଷ କୁମାର ନାୟକ , ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ , ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜୟଶ୍ରୀ ବେଉରା , ଡେପୁଟି କଲେକ୍ଟର ମହମ୍ମଦ ଫିରୋଜ ଖାନ , ଉପନିର୍ଦ୍ଦେଶକ ସୂଚନା ଓ ଲୋକ ସଂପର୍କ ସଂଜୀବ ବାରିକ , ବିଭିନ୍ନ ବିଭାଗୀୟ ଅଧିକାରୀ କର୍ମଚାରୀଙ୍କ ସମେତ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.