ବିଧାନସଭା ଅଚଳାବସ୍ଥା ପାଇଁ ବିରୋଧୀଙ୍କୁ ଦାୟୀ କଲେ ପ୍ରମିଳା ମଲ୍ଲିକ, କହିଲେ ବିରୋଧୀଙ୍କ ମଧ୍ୟରେ ବାଗୁଡି ଖେଳ ଚାଲିଛି

ଭୁବନେଶ୍ୱର- ବିଧାନସଭା ମୁଲତବୀ ପ୍ରସଙ୍ଗରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବିରୋଧୀ ଦଳଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି ଯେ, ବିରୋଧୀଙ୍କ ମଧ୍ୟରେ ବାଗୁଡି ଖେଳ ଚାଲୁଛି । ସେମାନେ ଆଲୋଚନା କରି ପ୍ରସଙ୍ଗ ଆଣିବା କଥା । ନିର୍ଦ୍ଦିଷ୍ଟ ଭାବେ କିଛି କଥା ନ କହି ଲୋକଙ୍କ କାମରେ ଲାଗୁ ନ ଥିବା ପ୍ରସଙ୍ଗ ଉଠାଉଛନ୍ତି ବୋଲି ପ୍ରମିଳା ଅଭିଯୋଗ କରିଛନ୍ତି । ବିରୋଧୀ ଦଳ ଲୋକଙ୍କ ପ୍ରସଙ୍ଗ ଉଠାନ୍ତୁ । ବିରୋଧୀ ଥାନା,କୋର୍ଟ କଚେରୀ ହୋଇ ନିଷ୍ପତ୍ତି ନେଉଛନ୍ତି । ଲୋକଙ୍କ ସ୍ୱାର୍ଥ ପାଇଁ ଯେଉଁ କଥା ଆସିବ, ସେ ବିଷୟରେ ସରକାର ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି । ବିରୋଧୀ ଦଳ ସଠିକ୍ ଫୋରମରେ ପ୍ରସଙ୍ଗ ଆଣିବା ଦରକାର ବୋଲି ସେ କହିଛନ୍ତି ।

Comments are closed.