ରାଜ୍ୟରେ ୨୦୧୭ରୁ ୨୦୨୧ ମଧ୍ୟରେ ବଜ୍ରାଘାତରେ ୧ ହଜାର ୬୨୧ ଜଣଙ୍କ ପ୍ରାଣହାନି

ଭୁବନେଶ୍ୱରରେ- ରାଜ୍ୟରେ ୨୦୧୭ରୁ ୨୦୨୧ ମଧ୍ୟରେ ୧ ହଜାର ୬୨୧ ଜଣ ବ୍ୟକ୍ତିଙ୍କ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି । ଏହି ସମୟ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୬୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲାରେ ସର୍ବନିମ୍ନ ୧୨ ଜଣ ପ୍ରାଣ ହରାଇଛନ୍ତି । ଆଜି ବିଧାନସଭାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଏହି ସୂଚନା ଦେଇଛନ୍ତି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏ ସଂକ୍ରାନ୍ତୀୟ ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ମନ୍ତ୍ରୀ । ଚଳିତ ବର୍ଷ ରାଜରେ ବଜ୍ରପାତରେ ଏବେସୁଦ୍ଧା ୧୭୮ ଜଣ ପ୍ରାଣ ହରାଇଛନ୍ତି । ୨୦୧୭-୨୦୧୮ରେ ସର୍ବାଧିକ ୪୭୨ ଜଣ ବଜ୍ରାଘାତରେ ପ୍ରାଣ ହରାଇଥିଲେ । ୨୦୧୭ରୁ ୨୦୨୧ ମଧ୍ୟରେ ମୋଟ ୭୩ ଜଣ ବଜ୍ରାଘାତରେ ଗୁରୁତର ଆହତ ହୋଇଛନ୍ତି । ବଜ୍ରପାତରେ ପ୍ରାଣ ହରାଉଥିବା ଲୋକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ବଜ୍ରପାତର ଆଗୁଆ ସୂଚନା ଜାଣିବା ପାଇଁ ରାଜ୍ୟ ସରକାର ଅନ୍ତର୍ଜାତୀୟ ସଂସ୍ଥା ଆର୍ଥ ନେଟୱର୍କ ସହ ଚୁକ୍ତି କରିଛନ୍ତି । ଏହି ସଂସ୍ଥା ପକ୍ଷରୁ ରାଜ୍ୟର ୮ଟି ସ୍ଥାନରେ ଲାଇଟେନିଂ ଡିଟେକସନ୍ ସେନସର ବସାଯାଇଛି । ଏହି ସେନସର ମାଧ୍ୟମରେ ୨୦୦ରୁ ୨୫୦ କିଲୋମିଟର ମଧ୍ୟରେ ବଜ୍ରପାତର ସ୍ଥାନ ଜଣାପଡିଥାଏ , ଯାହା ଦ୍ୱାରା ଲୋକଙ୍କୁ ଆଗୁଆ ସତର୍କ ସୂଚନା ଜାରି କରାଯାଇଥାଏ ।

Comments are closed.