ଓଟିଡିସିର ‘ନିମନ୍ତ୍ରଣ’ ରେଷ୍ଟୁରାଂଟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ –ଓଟିଡିସିର ଓଡିଆ ରେଷ୍ଟୁରାଂଟ୍ ‘ନିମନ୍ତ୍ରଣ’ର ଶୁଭାରମ୍ଭ ହୋଇଛି । ସହିଦନଗରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମନ୍ତ୍ରଣ ରେଷ୍ଟୁରାଂଟର ଶୁଭାରମ୍ଭ କରିଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଏହି ରେଷ୍ଟୁରାଂଟ ଖୋଲିଥିବା ବେଳେ ଆଗକୁ ପୁରୀ ଓ ସମ୍ବଲପୁରରେ ମଧ୍ୟ ଖୋଲିବ । ଓଡିଆ ଖାଦ୍ୟର ଲୋକପ୍ରିୟତା ବୃଦ୍ଧି ଓ ବାହାର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏହି ରେଷ୍ଟୁରାଂଟରେ ଖାଣ୍ଟି ଓଡିଆ ଖାଦ୍ୟ ମିଳିବ ବୋଲି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି । ନିମନ୍ତ୍ରଣ ଖାଂଟି ଓଡିଆ ଖାଦ୍ୟ ରେଷ୍ଟୁରାଂଟର ଉଦଘାଟନୀ ଉତ୍ସବରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ୫-ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ ।

Comments are closed.