ରାଜ୍ୟରେ ଆଉ ୬୮୧ କୋରୋନା ସଂକ୍ରମିତ ଚିହ୍ନଟ, ସଂକ୍ରମିତଙ୍କ ମଧରେ ୧୧୮ ଶିଶୁ-କିଶୋର

ଭୁବନେଶ୍ୱର- ରାଜ୍ୟରେ ଆଉ ୬୮୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୩୯୮ ଓ ସ୍ଥାନୀୟ ଅଂଚଳରୁ ୧୧୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଶିଶୁ କିଶୋରଙ୍କ ସଂଖ୍ୟା ହେଉଛି ୧୧୮ ।

ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୨, କଟକରୁ ୧୦୧, ବାଲେଶ୍ୱରରୁ ୩୪, ଯାଜପୁରରୁ ୩୩, ମୟୂରଭଞ୍ଜରୁ ୨୭, ପୁରୀରୁ ୨୬, ସୁନ୍ଦରଗଡରୁ ୨୦, ଜଗତସିଂହପୁରରୁ ୧୯, ଢେଙ୍କାନାଳରୁ ୧୯, ଅନୁଗୁଳରୁ ୧୮, ବରଗଡରୁ ୧୪, ଗଞ୍ଜାମରୁ ୧୩, ନୟାଗଡରୁ ୧୦, କେନ୍ଦୁଝରୁ ୧୦, ସମ୍ବଲପୁରରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡାରୁ ୯, ଦେବଗଡରୁ ୯, ଭଦ୍ରକରୁ ୯, ସୁବର୍ଣ୍ଣପୁରରୁ ୬, ରାୟଗଡାରୁ ୫, ଝାରସୁଗୁଡାରୁ ୫, କଳାହାଣ୍ଡିରୁ ୪, କୋରାପୁଟରୁ ୩, ମାଲକାନଗିରିରୁ ୩, ବୌଦ୍ଧରୁ ୩, ନବରଙ୍ଗପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କନ୍ଧମାଳ, ନୂଆପଡା, ଗଜପତି ଓ ବଲାଙ୍ଗିରରୁ କୌଣସି ପଜିଟିଭ ମାମଲା ଆସିନାହିଁ ।

ରାଜ୍ୟରେ ଏ ଯାଏ କୋରୋନା ପଜିଟିଭି ହୋଇଥିବା ଲୋକଙ୍କ ସଂଖ୍ୟା ହେଉଛି ୧୦ ଲକ୍ଷ ୧୦ ହଜାର ୭୫୩ । ଏଥିରୁ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୯୫ ହଜାର ୪୭୪ । ୭ ହଜାର ୧୮୬ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Comments are closed.