ବିଟେକ୍ ଛାତ୍ରଙ୍କଠାରୁ କୋଟିଏ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ, ବିକ୍ରି ପାଇଁ ଡିଲ୍ କରୁଥିଲା ବେଳେ ଧରିଲା ଏସଟିଏଫ

ଭୁବନେଶ୍ୱର –ରାଜଧାନୀ ଉପକଣ୍ଠରୁ ପୁଣି ଜବତ ହୋଇଛି ବ୍ରାଉନସୁଗାର । ଖୋର୍ଦ୍ଧା କୁମ୍ଭାରବସ୍ତା ପେଟ୍ରୋଲ ପମ୍ପ ନିକଟରୁ ମନୋରଞ୍ଜନ ଦାସ ନାମକ ଜଣେ ବିଟେକ୍ ଛାତ୍ରଙ୍କଠାରୁ ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ଆନୁମାନିକ କୋଟିଏ ଟଙ୍କା ହେବ । ବିଟେକ୍ ଛାତ୍ରକୁ ଗିରଫ କରାଯାଇଛି । ସେ ଖୋର୍ଦ୍ଧା ଗୁରୁଜଙ୍ଗ ଅଂଚଳର ବାସିନ୍ଦା । ତାଙ୍କ ନିକଟରୁ ୧ କିଲୋ ୩୪ ଗ୍ରାମ ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଂଚ୍ ଏସଟିଏଫ । ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମନୋରଞ୍ଜନଙ୍କୁ ଗିରଫ କରିଥିଲା ଏସଟିଏଫ ।

Comments are closed.