ରାଜଧାନୀର ଭରତପୁର ଅଂଚଳରେ ସେକ୍ସ ରାକେଟ ଠାବ

ଭୁବନେଶ୍ୱର- ରାଜଧାନୀର ଭରତପୁର ଅଂଚଳରେ ଥିବା ଏକ ଓୟୋ ଲଜରେ ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ । ସେଠାରେ ଦେହ କାରବାର ଚାଲିଥିବା ନେଇ କୌଣସି ସୂତ୍ରରୁ ଖବର ପାଇଲା ପରେ ପୋଲିସ ଚଢାଉ କରିଥିଲା । ୮ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କୁ ଅଟକ ରଖିଛି ପୋଲିସ । ତେବେ ଲଜ୍ ମାଲିକ ଫେରାର ହୋଇଯାଇଛି । ଲଜ୍‌ରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି ।

Comments are closed.