ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ, ବ୍ୟାଡମିଂଟନର ଏସଏଚ-୬ ବର୍ଗରେ କ୍ରିଷ୍ଣା ନାଗର ଚାମ୍ପିଅନ

ଟୋକିଓ – ପାରା ଅଲିମ୍ପିକ୍ସର ଅନ୍ତିମ ଦିନରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି । ବ୍ୟାଡମିଂଟନର ଏସଏଚ-୬ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି କ୍ରିଷ୍ଣା ନାଗର । ଫାଇନାଲରେ କ୍ରିଷ୍ଣା ନାଗର ହଂକଂର ମାନ୍ କାଇ ଚୁ’ଙ୍କୁ ହରାଇଛନ୍ତି । କ୍ରିଷ୍ଣା ୨୧-୧୭, ୧୬-୨୧ ଓ ୨୧-୧୭ରେ ବିଜୟୀ ହୋଇଛନ୍ତି । ପ୍ରମୋଦ ଭଗତଙ୍କ ପରେ ଭାରତର ଦ୍ୱିତୀୟ ଖେଳାଳି ଭାବେ ବ୍ୟାଡମିଂଟନରେ ସ୍ୱର୍ଣ୍ଣ ଜିତିଛନ୍ତି କ୍ରିଷ୍ଣା ନାଗର ।

Comments are closed.