ଆଜିଠାରୁ ଓଜେଇଇ, ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଭୁବନେଶ୍ୱର- ଆଜିଠାରୁ ଆରମ୍ଭ ହୋଇଛି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା – ଓଜେଇଇ । ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଓଜେଇଇ ଦେଉଛନ୍ତି । ପରୀକ୍ଷା ୧୮ ତାରିଖ ଯାଏଁ ଚାଲିବ । ୩ଟି ସିଫ୍ଟରେ ପରୀକ୍ଷା ହେବ । ସକାଳ ୯ରୁ ୧୧, ସାଢେ ୧୨ରୁ ସାଢେ ୨, ଅପରାହ୍ନ ୪ରୁ ୬ ଯାଏଁ ପରୀକ୍ଷା ହେବ । ଆଜି ବି. ଫାର୍ମା ପରୀକ୍ଷା ହେଉଛି । ପ୍ରତି ସିଫ୍ଟର ୧ ଘଂଟା ଆଗରୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ପହଂଚିବାକୁ କୁହାଯାଇଛି ।

Comments are closed.