ଭିଜିଲାନ୍ସ ଜାଲରେ ପିଇଓ

ବଲାଙ୍ଗିର – ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ଚଲକି ପଂଚାୟତ ପିଇଓ ବିଶ୍ୱମ୍ଭର ଭୋଇଙ୍କ ଘରେ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ ହୋଇଛି । ପାଟଣାଗଡ ସ୍ଥିତ ଗଙ୍ଗାନଗର ଭଡା ଘର, ମୁରିବାହାଲ କାର୍ଯ୍ୟାଳୟ ଓ ତମିଆଁ ପୈତୃକ ଘରେ ଚଢାଉ କରିଛି ଭିଜିଲାନ୍ସ । ୩ଟି ଟିମରେ ସମ୍ବଲପୁର ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢାଉ ହୋଇଛି । ପିଇଓଙ୍କ ଘରୁ ବିଭିନ୍ନ କାଗଜପତ୍ର ଜବତ ଜବତ କରାଯାଇ ଯାଂଚ କରାଯାଉଛି । ପିଇଓଙ୍କ ମୋଟ ସଂପତ୍ତି ପରିମାଣ ଆକଳନ କରୁଛି ଭିଜିଲାନ୍ସ ।

Comments are closed.