ଭୁବନେଶ୍ୱର- ଦୁର୍ଗା ପୂଜା ବେଳେ ମୂତ୍ତି ର୍ ଉଚ୍ଚତା ବୃଦ୍ଧି ଓ ଆବଦ୍ଧ ଉଚ୍ଛେଦ ପ୍ରସଙ୍ଗରେ ରାଜ୍ୟ ସରକାର ଏବଂ ପୂଜା କମିଟି ବୈଠକ ଶେଷ ହୋଇଛି । ବୈଠକ ସକାରାତ୍ମକ ରହିଛି । ଆସନ୍ତା ଦୁଇ ଦିନ ମଧ୍ୟରେ ମୂର୍ତ୍ତି ଉଚ୍ଚତା ବୃଦ୍ଧି ସଂପର୍କରେ ନିଷ୍ପତ୍ତି ନିଆଯିବ । ପୂଜା ମଣ୍ଡପର ୩ ପାଖରେ ପରଦା ରହିବା ସଂପର୍କରେ ଅକ୍ଟୋବର ମାସରେ ନିଷ୍ପତ୍ତି ନିଆଯିବ । ମୂର୍ତ୍ତି ଉଚ୍ଚତା ଚାରି ଫୁଟ ମଧ୍ୟରେ ସୀମିତ ରଖିବାକୁ ସରକାରଙ୍କ ପାର୍ବଣ ଗାଇଡଲାଇନ୍ସରେ ଉଲ୍ଲେଖ ଥିବାରୁ କଟକ ସହରର ପୂଜା କମିଟିଗୁଡିକ ପକ୍ଷରୁ ଆପତ୍ତି ପ୍ରକାଶ କରାଯାଇଥିଲା । ମଣ୍ଡପର ତିନି ପାଶ୍ୱର୍ ପରଦାରେ ଆବଦ୍ଧ ରଖିବା ନିୟମ ନେଇ ବି ବିରୋଧର ସ୍ୱର ଉଠିଥିଲା । ଏ ବାବଦରେ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ସରକାର ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ରାଜି ଅଛନ୍ତି ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି । ଭକ୍ତଙ୍କ ଦର୍ଶନ ନେଇ ପୂଜାବେଳର ସଂକ୍ରମଣ ସ୍ଥିତି ନେଇ ନିଷ୍ପତ୍ତି ନିଆଯିବ ।
Comments are closed.