ବିଧାନସଭାର ମୌସୁମୀ ଅଧିବେଶନ ଶେଷ, ମୋଟ୧୩ଟି ବିଲ୍ ପାସ୍‌, ସଂରକ୍ଷଣ ସୀମା ବୃଦ୍ଧି ପାଇଁ ସଂକଳ୍ପ ପାରିତ

ଭୁବନେଶ୍ୱର – ଶେଷ ହୋଇଛି ବିଧାନସଭାର ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନ । ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି । ଚଳିତମାସ ପହିଲାରୁ ଆରମ୍ଭ ହୋଇଥିଲା ଅଧିବେଶନ । ଏଥର ମୋଟ ୮ଟି କାର୍ଯ୍ୟଦିବସ ରହିଥିଲା । ଅଧିବେଶନ କାଳରେ ତିନିଟି ମୁଲତବୀ ପ୍ରସ୍ତାବ ଆସିଥିଲା । ଏହି ଅଧିବେଶନରେ ମୋଟ ୧୩ଟି ବିଲ୍ ଗୃହୀତ ହୋଇଛି । ଆଜି ଶେଷ ଦିନରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଛନ୍ତି ରିପୋର୍ଟ । ଉଚ୍ଚଶିକ୍ଷା ଫଳାଫଳ ଓ ଆର୍ଥିକ କ୍ଷେତ୍ର ଉପରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି । ସଂରକ୍ଷଣ ସୀମା ବୃଦ୍ଧି ନେଇ ସରକାର ଦାବି କରିବେ ବୋଲି ସୂଚନା ଦେଇଛନ୍ତି । ଏ ସଂପର୍କିତ ସଂକଳ୍ପ ପ୍ରସ୍ତାବ ପାରିତ ହୋଇଛି । ଜାତିଭିତ୍ତିକ ଜନଗଣନା ଓ ସଂରକ୍ଷଣ ନେଇ ଗୃହରେ ସଂକଳ୍ପ ଆଣିଥିଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ।

Comments are closed.