ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ , ୬ କୋଟି ଟଙ୍କା ପୁରସ୍କାର ପ୍ରଦାନ, ମିଳିବ ଗ୍ରୁପ ଏ ସରକାରୀ ଚାକିରି

ଭୁବନେଶ୍ୱର – ଟୋକିଓ ପାରା ଅଲିମ୍ପିକ୍ସର ବ୍ୟାଡମିଂଟନରେ ସ୍ୱର୍ଣ୍ଣ ପଦକ ଜିତିଥିବା ସଟଲର ପ୍ରମୋଦ ଭଗତଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ତାଙ୍କୁ ୬ କୋଟି ଟଙ୍କାର ନଗଦ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବା ସହ ଗ୍ରୁପ୍ ଏ ପାହ୍ୟା ଚାକିରି ପାଇଁ ପ୍ରସ୍ତାବ ଦିଆଯାଇଛି । ପ୍ରମୋଦ ଭଗତଙ୍କୁ ତାଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୋକିଓ ପାରାମ୍ପିଲିକ୍ସରେ ଭଗତଙ୍କ ସଫଳତା ସାରା ଦେଶ ପାଇଁ ଗର୍ବର ମୂହୁର୍ତ୍ତ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରମୋଦଙ୍କୁ ଆଗକୁ ମଧ୍ୟ ରାଜ୍ୟ ସରକାର ପ୍ରୋତ୍ସାହିତ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସମ୍ବର୍ଦ୍ଧିତ ହେବା ପରେ ପ୍ରମୋଦ ଭଗତ ମୁଖ୍ୟମନ୍ତ୍ରୀଙ୍କୁ ଲଗାତାର ସାହାଯ୍ୟ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଜି ପ୍ରମୋଦ ଭଗତ ଓଡିଶା ଫେରିବା ପରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Comments are closed.