ଦୁଇ ପିକ୍ଅପ୍ ଭ୍ୟାନ ଧକ୍କା, ଏଏସ୍ଆଇ ଆହତ

ବ୍ରହ୍ମପୁର: ବ୍ରହ୍ମପୁର ଖୋଡ଼ାସିଙ୍ଗି ଏଲ୍‌ଆଇସି ଛକ ନିକଟରେ ଶନିବାର ରାତି ପ୍ରାୟ ୯.୩୦ ସମୟରେ ଗୋଟିଏ ପିକ୍ଅପ୍ ଭ୍ୟାନ୍ ପଛକୁ ଆଉ ଏକ ପିକ୍ଅପ୍ ଭ୍ୟାନ୍ ଧକ୍କା ଦେବା ଫଳରେ ତିନି ଜଣ ଗୁରୁତର ହୋଇଛନ୍ତି। ଦୁଇ ଭ୍ୟାନ୍ ଧକ୍କା ପରେ ପଛରେ ଆସୁଥିବା ବାଇକ୍ ମଧ୍ୟ ଟକ୍କର ମାରିଥିଲା। ଫଳରେ ବାଇକ୍‌ରେ ଆସୁଥିବା ପୋଲିସ ରିଜର୍ଭ ଅଫିସ୍‌ ଏଏସ୍ଆଇ ସତ୍ୟ ନାରାୟଣ ପାଢ଼ୀ ଏବଂ ତାଙ୍କ ଝିଅ ଆହତ ହୋଇଛନ୍ତି। ରାସ୍ତାରେ ଚାଲି ଯାଉଥିବା ଜଣେ ସ୍ଥାନୀୟ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ଖବର ପାଇ ବୈଦ୍ୟନାଥପୁର ଥାନା ପୋଲିସ ସଦଳବଳେ ପହଞ୍ଚିବା ସହ ରିଜର୍ଭ ଇନ୍ସପେକ୍ଟର ଦିଲ୍ଲୀପ ବେହେରା ଘଟଣାସ୍ଥଳରେ ପହଞ୍ଚିଥିଲେ। ସମସ୍ତ ଆହତଙ୍କୁ ପୁଲିସ୍‌ ଭ୍ୟାନ୍‌ରେ ନେଇ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comments are closed.