ଓଡିଶା ରିୟଲ ଇଷ୍ଟେଟ୍ ଅପିଲେଟ୍ ଟ୍ରିବ୍ୟୁନାଲ୍‌ର ସ୍ଥାୟୀ ଅଫିସ ଉଦଘାଟିତ

ଭୁବନେଶ୍ୱର- ଓଡିଶା ରିୟଲ ଇଷ୍ଟେଟ୍ ଅପିଲେଟ୍ ଟ୍ରିବ୍ୟୁନାଲ୍‌ର ସ୍ଥାୟୀ ଅଫିସ ଉଦଘାଟିତ ହୋଇଛି । ଭୁବନେଶ୍ୱର ସତ୍ୟନଗର ତୋଷାଳି ଭବନର ଏ- ୧ ବ୍ଲକ୍ ସପ୍ତମ ମହଲାରେ ନୂଆ କାର୍ଯ୍ୟାଳୟକୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ବିନୀତ ସରଣ ଉଦଘାଟନ କରିଛନ୍ତି । ଏହି ଅବସରରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌. ମୁରଲୀଧର, ବିଚାରପତି ତଥା ଓଡିଶା ରିୟଲ ଇଷ୍ଟେଟ୍ ଅପିଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ ଏସ.ସି ପରିଜା ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଗୃହ ଓ ନଗର ଉନ୍ନୟନ ସଚିବ ଜି.ମାଥି ଭାଥନନ, ଅର୍ଥ ସଚିବ ବିଶାଲ ଦେବ, ପୂର୍ତ୍ତ ବିଭାଗ ସଚିବ ତଥା ଇଡକୋ ପରିଚାଳନା ନିର୍ଦ୍ଦେଶକ ଡକ୍ଟର କ୍ରିଷନ କୁମାର, ସଂସ୍କୃତି ବିଭାଗ ସଚିବ ସୁରେଶ ଚନ୍ଦ୍ର ଦଳେଇ, ବିଏମସି କମିଶନର ସଂଜୟ ସିଂହ, ପଂଚାୟତିରାଜ ଓ ପାନୀୟ ଜଳ ସଚିବ ଅଶୋକ ମୀନା, ଇଡ୍‌୍‌କୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂହ ପୁନିଆ, ହାଇକୋର୍ଟ ରେଜିଷ୍ଟ୍ରାରଜେନେରାଲ୍ ଚିତ୍ତରଂଜନ ପୁନିଆ, ଆଡଭୋକେଟ ଜେନେରାଲ ଅଶୋକ ପରିଜା, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବରୁ ରିୟଲ ଇଷ୍ଟେଟ୍ ଅପିଲେଟ୍ ଟ୍ରିବ୍ୟୁନାଲ ଅସ୍ଥାୟୀ ଭାବେ ଚନ୍ଦ୍ରଶେଖରପୁର ସ୍ଥିତ ଫର୍ଚ୍ୟୁନ ଟାୱାରରେ ଚାଲୁଥିଲା ।

Comments are closed.