ଆସନ୍ତା ୨୨ରୁ ଓଡିଶାରେ ଜାତୀୟ ଜୁନିଅର ଖୋ ଖୋ ପ୍ରତିଯୋଗିତା

ଭୁବନେଶ୍ୱର- ୪୦ତମ ଜାତୀୟ ଜୁନିଅର ଖୋ ଖୋ ପ୍ରତିଯୋଗିତା ଓଡିଶା ଆୟୋଜନ କରିବ । ଆସନ୍ତା ୨୨ ତାରିଖରୁ ୨୬ ତାରିଖ ଯାଏଁ ଏହି ପ୍ରତିଯୋଗିତା ଖେଳାଯିବ । ଏଥିରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଭାଗ ନେବେ । ୭ ଶହରୁ ଅଧିକ ପ୍ରତିଯୋଗୀ ପ୍ରତିଯୋଗିତାରେ ଭାଗ ନେବେ । ଉଭୟ ବାଳକ ଓ ବାଳିକା ବିଭାଗରେ ପ୍ରତିଯେ୍‌ାଗିତା ହେବ । ପ୍ରଥମେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ । ଏହାପରେ ନକ୍ ଆଉଟ ରାଉଣ୍ଡ ଆରମ୍ଭ ହେବ ।

ଆୟୋଜକ ଓଡିଶା ବାଳକ ବିଭାଗରେ କର୍ଣ୍ଣାଟକ, ବିହାର, ମଧ୍ୟପ୍ରଦେଶ ଓ ମେଘାଳୟ ସହ ଗ୍ରୁପ୍ ଡି ରେ ସ୍ଥାନ ପାଇଥିବା ବେଳେ ବାଳିକା ବିଭାଗରେ ଗ୍ରୁପ୍ ଇ ରେ ଆନ୍ଧ୍ର, ମଣିପୁର, ଜାମ୍ମୁ ଓ କାଶ୍ମୀର ଟିମ୍ ସହ ସ୍ଥାନ ପାଇଛି । ଏହି ପ୍ରତିଯୋଗିତା ଚତୁର୍ଥ ଖେଲୋ ଇଣ୍ଡିଆ ଯୁବ କ୍ରୀଡା ପାଇଁ ଯୋଗ୍ୟତାଭିତ୍ତିକ ପ୍ରତିଯୋଗିତା ଭାବେ ଖେଳାଯିବ ।

ଭାରତୀୟ ଖୋ ଖୋ ମହାସଂଘ ଆନୁକୂଲ୍ୟରେ ଓଡିଶା ଖୋ ଖୋ ଆସୋସିଏସନ,ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବ୍ୟାପାର ଓ କିଟ୍ ମିଳିତ ଭାବେ ଏହି ପ୍ରତିଯୋଗିତା ଆୟୋଜନ କରୁଛନ୍ତି । ଦେଶରେ କ୍ରୀଡାର ପ୍ରସାରରେ ଓଡିଶା ମୁଖ୍ୟ ଭୂମିକା ଗ୍ରହଣ କରୁଛି । ଏ ଦୃଷ୍ଟିରୁ ଜାତୀୟ ଜୁନିଅର ଖୋ ଖୋ ପ୍ରତିଯୋଗିତା ଓଡିଶାରେ ଆୟୋଜନ ହେଉଥିବାରୁ ସେ ଖୁସି ବୋଲି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ।

Comments are closed.