ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା, ୨୬ରୁ ଓଡିଶାରେ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା

ଆଉ ଏକ ଭୁବନେଶ୍ୱର- ଆସନ୍ତାକାଲି ମିଆଁମାର ଉପକୂଳରେ ସକ୍ରିୟ ଏକ ଘୁର୍ଣ୍ଣିବଳୟ ବଙ୍ଗୋପସାଗରରେ ପହଂଚିବା ପରେ ସଂଧ୍ୟାରେ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୬ ତାରିଖରୁ ଓଡିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉପକୂଳ ଓ ଉତ୍ତର ଓଡିଶାରେ ପ୍ରବଳ ବର୍ଷିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ପାଗ ଅନୁକୂଳ ରହିଲେ ଏହା ଅବପାତ ଓ ଗଭୀର ଅବପାତରେ ପରିଣତ ହୋଇପାରେ ।

Comments are closed.