ଝାରସୁଗୁଡାରେ ଆଇପିଏଲ ବେଟିଂ ରାକେଟ ଠାବ, ୨ ଗିରଫ

ଝାରସୁଗୁଡା- ଝାରସୁଗୁଡାରେ ଚାଲିଥିବା ଏକ ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ । ସହରର ଗୋଶାଳା ଛକରେ ଚାଲିଥିଲା ବେଟିଂ ରାକେଟ । ଟାଉନ ଥାନା ପୋଲିସ ଚଢାଉ କରି ବେଟିଂ ରାକେଟ୍ ପର୍ଦ୍ଦାଫାସ କରିଛି । ୬ ଲକ୍ଷ ୮୦ ହଜାର ଟଙ୍କା ଜବତ ହେବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ମାମଲାରେ ସଂପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତ ସମ୍ବଲପୁର ଓ କୋଲକାତାରେ ଥିବା ସୂଚନା ମିଳିଛି । ସେମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି । ଦୁବାଇ ଭାୟା କୋଲକାତା ଦେଇ ଆଇପିଏଲ ବେଟିଂ ଚାଲିଥିଲା ବୋଲି ଟାଉନ ଥାନା ପୋଲିସ କହିଛି ।

Comments are closed.