ବନ୍ଧୁକ ବିକ୍ରି ବେଳେ ୨ ବେପାରୀଙ୍କୁ ଧରିଲା ଏସଟିଏଫ, ୯ ଦେଶୀ ବନ୍ଧୁକ ଜବତ

ଭୁବନେଶ୍ୱର – ବେଆଇନ ବନ୍ଧୁକ କାରବାର କରୁଥିବା ଦୁଇ ବେପାରୀଙ୍କୁ ଧରିଛି କ୍ରାଇମବ୍ରାଂଚ ଏସଟିଏଫ । ଢେଙ୍କାନାଳ ଭାପୁର ଛକରେ ବନ୍ଧୁକ ବିକ୍ରି ପାଇଁ ସୌଦା ହେଉଥିବା ବେଳେ ଏସଟିଏଫ ଚଢାଉ କରିଥିଲା । ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ପାଖରୁ ୯ଟି ଦେଶୀ ବନ୍ଧୁକ ଜବତ ହୋଇଛି । ଗିରଫ ଦୁଇ ବନ୍ଧୁକ ବେପାରୀ ହେଲେ କଟକ ଖୁଣ୍ଟୁଣୀର କାଳନ୍ଦୀ ନାୟକ ଓ ଢେଙ୍କାନାଳ ବାଲିଆମ୍ବର ଶ୍ୟାମସୁନ୍ଦର ସିଠା । ସେମାନଙ୍କୁ ଲିଙ୍କ୍ ନେଇ ଖୋଳତାଡ କରୁଛି ଏସଟିଏଫ ।

Comments are closed.