ଓଡିଶାରେ ବାତ୍ୟା ଗୁଲାବ ପ୍ରଭାବହୀନ, କଳିଙ୍ଗପଟନମ ନିକଟରେ ଲ୍ୟାଣ୍ଡଫଲ୍ ପରେ ଦୁର୍ବଳ, ଛତିଶଗଡ ମୁହାଁଇବ ବାତ୍ୟା

ଭୁବନେଶ୍ୱର- ଓଡିଶା ପାଇଁ ଟଳିଲା ବାତ୍ୟା ଭୟ । ବାତ୍ୟା ଗୁଲାବ ଓଡିଶାରେ ସେତେଟା ପ୍ରଭାବ ପକାଇପାରିନାହିଁ । ଏସଆରସି ପ୍ରଦୀପ ଜେନାଙ୍କ ସୂଚନା ଅନୁସାରେ ରାଜ୍ୟ ପ୍ରତି ବାତ୍ୟା ବିପଦ ଟଳିିଛି । କ୍ଷୟକ୍ଷତିର କୌଣସି ସୂଚନା ଆସିନାହିଁ । ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ । ସୋମବାର ଅପରାହ୍ନ ସୁଦ୍ଧା ବାତ୍ୟା ଓଡିଶା ଅତିକ୍ରମ କରି ଛତିଶଗଡ ଅଭିମୁଖେ ଯିବ ବୋଲି ସେ କହିଛନ୍ତି । ଆଜି ସଂଧ୍ୟାରେ ବାତ୍ୟା ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡିଶା ଉପକୂଳ ଅତିକ୍ରମ କରିଛି । କଳିଙ୍ଗପଟନମ ନିକଟରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା ଗୁଲାବ । ବର୍ତ୍ତମାନ ଦୁର୍ବଳ ହୋଇଯାଇଛି ବାତ୍ୟା ।କିଛି ଘଂଟା ମଧ୍ୟରେ ଗଭୀର ଅବପାତରେ ପରିଣତ ହେବ ବାତ୍ୟା ।

Comments are closed.