ବିଷ୍ଣୁଙ୍କ କୃପା ପାଇବା ପାଇଁ ଏକାଦଶୀରେ କରନ୍ତୁ ଏହି ଉପାୟ, ଦୂରହେବ ସମସ୍ତ ସମସ୍ୟା।

ଏକାଦଶୀ ତିଥି ଭଗବାନ ବିଷ୍ଣୁଙ୍କୁ ଉତ୍ସର୍ଗୀକୃତ। ପ୍ରତିମାସ କୃଷ୍ଣପକ୍ଷ ଓ ଶୁକ୍ଳପକ୍ଷରେ ପଡୁଥିବା ତିଥିକୁ ଏକାଦଶୀ କୁହାଯାଏ। ଏହି ଶୁଭ ଏକାଦଶୀ ତିଥିରେ ଭଗବାନ ବିଷ୍ଣୁଙ୍କ ପୂଜା ଏବଂ ବ୍ରତ ରଖାଯାଏ। ବିଶ୍ୱାସ କରାଯାଏ ଯେ ଏକାଦଶୀ ଦିନ କିଛି ବିଶେଷ ଉପାୟ ଗ୍ରହଣ କରିବା ଦ୍ୱାରା ଜୀବନର ଅନେକ ସମସ୍ୟା ଦୂର ହୋଇ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ। ଚାଲନ୍ତୁ ଜାଣିବା ଏହି ବିଶେଷ ଉପାୟ ବିଷୟରେ…

ସୁଖ ବୈବାହିକ ଜୀବନ ପାଇବା ପାଇଁ: –

ଏକାଦଶୀ ଦିନ, ଦକ୍ଷୀଣାବର୍ତ୍ତୀ ଶଙ୍ଖରେ କଞ୍ଚା କ୍ଷୀର ପୁରାଇ ଭଗବାନ ବିଷ୍ଣୁଙ୍କୁ ଅଭିଷେକ କରନ୍ତୁ। ଏହାଦ୍ୱାରା ବୈବାହିକ ଜୀବନରେ ସମସ୍ୟା ଦୂର ହୋଇ ଜୀବନ ସୁଖମୟ ହୋଇଥାଏ ।

ଆର୍ଥିକ ସମସ୍ୟା ଦୁର କରିବା ପାଇଁ : –

ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କୁ ପାନ ପତ୍ର ଅର୍ପଣ କରନ୍ତୁ। ଏହା ପରେ, ସେହି ପତ୍ରରେ ସିନ୍ଦୂରରେ ଶ୍ରୀହରି ଲେଖି ତାହାକୁ ଘରର ଆଲମାରୀ କିମ୍ବା ଧନ ରଖୁଥିବା ସ୍ଥାନରେ ରଖନ୍ତୁ। ଏହାଦ୍ୱାରା ଅର୍ଥ ସମ୍ବନ୍ଧୀୟ ସମସ୍ୟା ଦୁର ହୋଇଥାଏ ।

ଲାଭ ପ୍ରାପ୍ତ ପାଇଁ : –

ଏକାଦାଶୀ ଦିନ ଝିଅମାନଙ୍କୁ କ୍ଷୀରୀ ଖୁଆଇବା ଶୁଭ ହୋଇଥାଏ। ଏହା ଦ୍ୱାରା ଲାଭ ପ୍ରାପ୍ତ ହୋଇଥାଏ । ଏଭଳି ଏକାଦାଶିର ଶୁଭ ଦିନରେ ୭ ଝିଅଙ୍କୁ ଘରକୁ ନିମନ୍ତ୍ରଣ କରି ସେମାନଙ୍କୁ କ୍ଷୀରୀ ଖାଇବାକୁ ଦିଅନ୍ତୁ। ତା’ପରେ ଶ୍ରଦ୍ଧା ଅନୁଯାୟୀ ସେମାନଙ୍କୁ ଉପହାର କିମ୍ବା ଦକ୍ଷିଣା ଦେଇ ସେମାନଙ୍କଠାରୁ ଆଶୀର୍ବାଦ ନିଅନ୍ତୁ।

ସୁଖ-ସମୃଦ୍ଧି ପାଇଁ :-

ସମସ୍ତେ ଜୀବନରେ ସୁଖ ଏବଂ ସମୃଦ୍ଧତା ପାଇଁ ଇଚ୍ଛା କରନ୍ତି । ତେଣୁ ଏକାଦଶୀ ଦିନ, ହଳଦିଆ ଚନ୍ଦନ ସହିତ ଗୋଲାପ ଜଳ ମିଶ୍ରଣ କରି ଟିକା ଲଗାନ୍ତୁ। ଏହା ସହିତ, ପ୍ରତିଦିନ ଏହି ଉପାୟ କରନ୍ତୁ । ବିଶ୍ୱାସ କରାଯାଏ ଯେ ଏହା ଜୀବନରେ ସୁଖ-ସମୃଦ୍ଧି ଆଣିଥାଏ ।

Comments are closed.