ପୂର୍ଣ୍ଣଚନ୍ଦ୍ର ଓଡିଆ ଭାଷାକୋଷର ରଚୟିତା ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ଆଜି ହେଉଛି ପୂର୍ଣ୍ଣଚନ୍ଦ୍ର ଓଡିଆ ଭାଷାକୋଷର ରଚୟିତା ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଜୟନ୍ତୀ । ଏହି ମହାନ ସାରସ୍ୱତ ସାଧକଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଆ ଭାଷାକୁ ରୁଦ୍ଧିମନ୍ତ କରିବାରେ ପୂର୍ଣ୍ଣାଙ୍ଗ ଭାଷାକୋଷର ବଳିଷ୍ଠ ଭୂମିକା ରହିଛି । ସେ ସ୍ଥାପନ କରିଯାଇଥିବା ଅକ୍ଷୟ କୀର୍ତ୍ତି ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।

Comments are closed.