ଅସିତ ତ୍ରିପାଠୀ ଭୁବନେଶ୍ୱର କ୍ଲବ୍‌ର ସଭାପତି ନିର୍ବାଚିତ

ଭୁବନେଶ୍ୱର – ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଭୁବନେଶ୍ୱର କ୍ଲବ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ବିଜୟ ପଟ୍ଟନାୟକଙ୍କୁ ସେ ୨୭୮ ଭୋଟରେ ହରାଇ ନିର୍ବାଚିତ ହୋଇଛନ୍ତି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ସହ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଥିବା ଅସିତ ତ୍ରିପାଠୀ ୭୭୬ ଭୋଟ୍ ପାଇଥିବା ବେଳେ ବିଜୟ ପଟ୍ଟନାୟକ ୪୯୮ ଭୋଟ୍ ପାଇଥିଲେ । ସଭାପତି ନିର୍ବାଚିତ ହେବା ପରେ ଅସିତ ତ୍ରିପାଠୀ କହିଛନ୍ତି ଯେ, ଭୁବନେଶ୍ୱର କ୍ଲବ୍ ରେଷ୍ଟୁରାଂଟ୍ କି ବାର୍ ହୋଇ ଯେପରି ନ ରହିବ,ସେଥିପାଇଁ ପ୍ରୟାସ କରାଯିବ । ଏହାକୁ ବହୁମୁଖୀ କ୍ଲବ କରିବାକୁ ସେ ଓ ତାଙ୍କ ଟିମ୍ ଉଦ୍ୟମ କରିବେ । ବଡ ବଡ ସହରରେ ରିକ୍ରିଏସନ, ଶିକ୍ଷା, ସାଂସ୍କୃତିକ କା ର୍ଯ୍ୟକ୍ରମ ପାଇଁ ସୁଯୋଗ ସୃଷ୍ଟି କରାଯିବ ବୋଲି ଅସିତ ତ୍ରିପାଠୀ କହିଛନ୍ତି ।

Comments are closed.