ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ଶେଷ, ୩୦ରେ ଭୋଟ୍‌, ପୋଲିଂ ପାର୍ଟିଙ୍କ ପ୍ରଶିକ୍ଷଣ ଶେଷ, କାଲି ଯିବେ ପିପିଲି

ପୁରୀ – ପିପିଲି ଉପନିର୍ବାଚନ ପାଇଁ ଆଜି ଶେଷ ହୋଇଛି ପ୍ରଚାର । ଭୋଟଗ୍ରହଣର ୭୨ ଘଣ୍ଟା ପୂର୍ବରୁ ଶେଷ ହୋଇଛି ପ୍ରଚାର । ସେପଟେମ୍ବର ୩୦ ତାରିଖରେ ହେବ ଭୋଟ୍ ଗ୍ରହଣ । ସେହି ଦିନ ସକାଳ ୭ଟାରେ ଭୋଟ୍ ଗ୍ରହଣ ଆରମ୍ଭ ହେବ । ପୋଲିଂ ପାର୍ଟିଙ୍କ ପ୍ରଶିକ୍ଷଣ ଶେଷ ହୋଇଛି । ଆସନ୍ତାକାଲି ସେମାନେ ପିପିଲି ଯାତ୍ରା କରିବେ ।

ପିପିଲି ଉପନିର୍ବାଚନ ପାଇଁ ୩୪୮ ବୁଥ୍ ଖୋଲାଯିବ । ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ । ଅତିିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ପ୍ରଦୀପକୁମାର ସାହୁ କହିଛନ୍ତି ଯେ, ପିପିଲି ଉପନିର୍ବାଚନ ପାଇଁ ୧ ହଜାର ୭୪୦ ପୋଲିଂ କର୍ମଚାରୀ ନିୟୋଜିତ ହେବେ । ୩୪୦ ଜଣଙ୍କପ ରିଜର୍ଭ ରଖାଯାଇଛି ।

Comments are closed.