ଗୁଲାବ ନରମ ପଡିବା ପରେ ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବଳୟ, ଆଜିଠାରୁ ୩୦ ଯାଏଁ କିଛି ଜିଲ୍ଲାରେ ବର୍ଷା

ଭୁବନେଶ୍ୱର – ବାତ୍ୟା ଗୁଲାବ ଯୋଗୁଁ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ଏବେ ବଙ୍ଗୋପ ସାଗରରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ପୂର୍ବ-ମଧ୍ୟ ବାଂଲାଦେଶ –ମିଆଁମାର ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ନେଇ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଏହା ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବ । ଏହାର ପ୍ରଭାବରେ ଆଜିଠାରୁ ୩୦ ତାରିଖ ଯାଏଁ ଉତ୍ତର ଓଡିଶାର କିଛି ଜିଲ୍ଲାରେ ବର୍ଷା ହେବ । ୨୯ ଓ ୩୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଦେବଗଡ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ ।

Comments are closed.