ସାର ଦୋକାନୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବଲାଙ୍ଗିର କୃଷି ଜିଲ୍ଲା ଅଧିକାରୀ

ବଲାଙ୍ଗିର- ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ବଲାଙ୍ଗିର ଜିଲ୍ଲା କୃଷି ଅଧିକାରୀ ହିଂମାଶୁ ଶେଖର ପାଢି । ପଣ୍ଡକିଟାଲ ଗାଁର ସାର ଦୋକାନୀ ଦୁର୍ଯ୍ୟୋଧନ ବାରିକଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିିଜିଲାନ୍ସ ଅଧିକାରୀମାନେ ଧରିଥିଲେ । ଦୁର୍ଯ୍ୟୋଧନ ସାର ଦୋକାନ କରିଥିବା ବେଳେ ସାର ବିକ୍ରି କରିବା ପାଇଁ ମାଗଣାରେ ପଏଣ୍ଟ ଅଫ୍ ସେଲ୍ ମେସିନ ପାଇବା କଥା । କିନ୍ତୁ ଏଥିପାଇଁ ବଲାଙ୍ଗିର କୃଷି ଜିଲ୍ଲା ଅଧିକାରୀ ତାଙ୍କୁ ୭ ହଜାର ଟଙ୍କା ଲାଂଚ ମାଗିଥିଲେ । ଦୁର୍ଯ୍ୟୋଧନ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହେଲା ପରେ କୃଷି ଜିଲ୍ଲା ଅଧିକାରୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ଭିଜିଲାନ୍ସ । ଯୋଜନା ମୁତାବକ ଅଧିକାରୀ ହିଂମାଶୁ ପାଢି ସାର ଦୋକାନୀଙ୍କ ଠାରୁ କେମିକାଲ ମିଶା ଟଙ୍କା ନେଉଥିବା ବେଳେ ଭିିଜିଲାନ୍‌ସ ଅଧିକାରୀମାନେ ତାଙ୍କୁ ଧରିଥିଲେ । ପରେ ହିମାଂଶୁ ପାଢିଙ୍କ ଘରେ ଚଢାଉ କରାଯାଇଥିଲା । ତାଙ୍କ ଭଡାଘରୁ ଛୋଟ ଗଞ୍ଜେଇ ପୁଡିଆ ମିଳିଛି ।

Comments are closed.