ରାଜ୍ୟରେ ୩ କୋଟିରୁ ଅଧିକ ଟିକାକରଣ, ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର –କୋଭିଡ ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ଓଡିଶାକୁ ଆଉ ଏକ ସଫଳତା । କୋଭିଡ ଟିକାକରଣରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡିଶା । ରାଜ୍ୟରେ ମଙ୍ଗଳବାର ସୁଦ୍ଧା ୩ କୋଟିରୁ ଅଧିକ ଟିକାକରଣ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଫଳତାରେ ସ୍ୱାସ୍ଥ୍ୟକର୍ମୀଙ୍କ ନିଷ୍ଠା ଓ କଠୋର ପରିଶ୍ରମକୁ ପ୍ରଶଂସା କରିଛନ୍ତି । ସେମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ମୂଲ୍ୟବାନ ଜୀବନ ରକ୍ଷା ପାଇଁ ସୁରୁଖୁରୁରେ ଟିକାଦାନ କାର୍ଯ୍ୟ ନିଶ୍ଚିତ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟରେ ବର୍ତ୍ତମାନ ରାଜ୍ୟରେ ଦୈନିକ ୪ ଲକ୍ଷ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

Comments are closed.