ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ ଏସଆଇ ତଅପୋଇ ନାୟନ ନିଲମ୍ବିତ

ପୁରୀ – ପୁରୀ ଜିଲ୍ଲା ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ ଏସଆଇ ତଅପୋଇ ନାୟକଙ୍କୁ ନିଲମ୍ବନ କରିଛନ୍ତି ପୁରୀ ଏସପି । କାର୍ଯ୍ୟରେ ଅବହେଳା ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି । ବଳଙ୍ଗା ଥାନା ମାଲଖାନା ଦାୟିତ୍ୱରେ ଥିଲେ ଏସଆଇ ତଅପୋଇ । ମଙ୍ଗଳବାର ବିଳମ୍ବିତ ରାତିରେ ଥାନାରେ ଭୟଙ୍କର ବିସ୍ଫୋରଣ ହୋଇ ଛାତ ଉଡିଯିବା ସହ କାନ୍ଥ ଭୁଶୁଡି ପଡିଥିଲା । ସୌଭାଗ୍ୟକ୍ରମେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ବର୍ତ୍ତି ଯାଇଥିଲେ । ମାଲଖାନାରେ ଥିବା ଜବତ ବାଣରୁ ବିସ୍ଫୋରଣ ହୋଇଥିବା ଥାନା ଧ୍ୱଂସ ହୋଇଥିବା କୁହାଯାଉଛି ।

Comments are closed.