ବ୍ରଜମଣ୍ଡଳ ପରିକ୍ରମା: ପୁରାଣ ବର୍ଣ୍ଣିତ ଶଙ୍ଖଚୁଡ଼ ବଦ୍ଧ ସ୍ଥାନ ରତ୍ନସିଂହାସନ

ଶ୍ରୀରତ୍ନସିଂହାସନ: ଶ୍ରୀରାଧାକୁଣ୍ଡର ଦେଢ଼ ମାଇଲ ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଶ୍ରୀକୁସୁମ ସରୋବର ଦକ୍ଷିଣରେ ରହିଛି ଶ୍ରୀରତ୍ନସିଂହାସନ। ଏହି ରତ୍ନସିଂହାସନରେ ଶ୍ରୀମତୀ ରାଧିକା ପ୍ରତ୍ୟହ ବିରାଜମାନ କରୁଥିଲେ। ଏହି ସ୍ଥାନରେ ଶ୍ରୀକୃଷ୍ଣ ମଣି ସହ ଶଙ୍ଖଚୁଡ଼କୁ ବଦ୍ଧ କରିଥିଲେ।

ବସନ୍ତ ଋତୁର ଆଗମନରେ ଏହି ସ୍ଥଳରେ ହୋଲି ବିହାର ଉତ୍ସବ ଆୟୋଜିତ ହୋଇଥିଲା। ଶ୍ରୀକୃଷ୍ଣଙ୍କ ସହ ବଳରାମ ସଖା ମାନଙ୍କ ସହିତ ହୋଲି ଖେଳିଥିଲେ। ଶ୍ରୀମତୀ ରାଧାରାଣୀ ନିଜ ସଖୀଙ୍କ ସହ ଗୀତ ଆସରରେ ଶ୍ରୀଶଶ୍ୟାମ ସୁନ୍ଦରଙ୍କୁ ଆକର୍ଷିତ କରିଥିଲେ।

ଏହି ସମୟରେ ଶଙ୍ଖଚୁଡ଼ ନାମକ କୁବେରଙ୍କ ଏକ ଅନୁଚର ଶ୍ରୀମତୀ ରାଧାରାଣୀଙ୍କୁ ଦୁଷ୍ଟ କଂସର ନିର୍ଦେଶରେ ସେଠାରେ ଉପସ୍ଥିତ ହୋଇଥିଲା। ତାର ମସ୍ତକରେ ଶଙ୍ଖକୃତି ଏକ ମଣି ତାର ରକ୍ଷା କବଚ ଭାବରେ ଶୋଭା ପାଉଥିଲା। ଏହି ମଣି ସାହାଯ୍ୟରେ ସିଏ ଶ୍ରୀରତ୍ନସିଂହାସନ ସହିତ ଶ୍ରୀମତୀ ରାଧାରାଣୀ ଓ ତାଙ୍କ ସଖୀବୃନ୍ଦଙ୍କୁ ମଥାରେ ଉପାଡି ଧରି ଧାଵମାନ ହେଲା। ଏହି ସମୟରେ ଭଗବାନ ଶ୍ରୀକୃଷ୍ଣ ତାକୁ ପ୍ରତିରୋଧ କରିବାରେ ସିଏ ଏହି ଶ୍ରୀରତ୍ନସିଂହାସନ ସହିତ ସମସ୍ତଙ୍କୁ ତଳେ ରଖିଦେଲା। ଏହାପରେ ଶ୍ରୀକୃଷ୍ଣ ମଣି ସହ ତାର ପ୍ରାଣ ଅପହରଣ କଲେ। ଏହି ମଣି ଟି ଥିଲା କୌସ୍ତୁଭ ମଣିର ବଂଶଜ। ତାହାକୁ ଶ୍ରୀ ବଳରାମଙ୍କ ଦ୍ଵାରା ଶ୍ରୀମତୀ ରାଧାରାଣୀଙ୍କୁ ଶ୍ରୀକୃଷ୍ଣ ପ୍ରଦାନ କରିଥିଲେ। ଯାହା ଚିରଦିନ ଏହି ମଣି ଶ୍ରୀରାଧାରାଣୀଙ୍କ ବକ୍ଷରେ ଶୋଭା ପାଇଥିଲା

ଗୋଆଲ କୁଣ୍ଡ : ଶ୍ରୀରତ୍ନସିଂହାସନର ଦକ୍ଷିଣରେ ରହିଛି ଗୋଆଲ କୁଣ୍ଡ। ଯାହାର ବର୍ତ୍ତମାନ ନାମ ଗୋୟଲ ପୋଖରୀ। ଏହି ସ୍ଥାନକୁ ଶ୍ରୀ ଗିରିରାଜ ଗୋବର୍ଦ୍ଧନଙ୍କ କର୍ଣ ସ୍ୱରୂପ କୁହାଯାଇ ଥାଏ। ଏଠାରେ ଶ୍ରୀବଳରାମଙ୍କ ସହିତ ମିଳିତ ହୋଇ ସଖାଗଣ ମଧୁ ମଙ୍ଗଳଙ୍କ ସୁର୍ଯ୍ୟ ପୂଜାର ନୈବେଦ୍ୟ ଲୁଣ୍ଠନ କରି ଭୋଜନ କରିଥିଲେ।

କ୍ରମଶଃ

Comments are closed.