ରାଜ୍ୟରେ ୬୦୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ମଧ୍ୟରେ ୯୬ ଶିଶୁ କିଶୋର

ଭୁବନେଶ୍ୱର – ରାଜ୍ୟରେ ପୁଣି ୬ ଶହ ଉପରେ ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୦୨ ନୂଆ ଆକ୍ରାନ୍ତ । ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୯୬ ଜଣ ଶିଶୁ ଓ କିଶୋର । ସଙ୍ଗରୋଧରୁ ୩୫୩ ଓ ସ୍ଥାନୀୟ ଅଞ୍ଚଳରୁ ୨୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୨୮୩, କଟକରୁ ୫୪, ମୟୂରଭଞ୍ଜରୁ ୩୧, ଯାଜପୁରରୁ ୨୪, ବାଲେଶ୍ୱରରୁ ୨୧, ପୁରୀରୁ ୨୧, ଜଗତସିଂହପୁରରୁ ୧୮, ଢେଙ୍କାନାଳରୁ ୧୪, ସମ୍ବଲପୁରରୁ ୧୩, ଅନୁଗୁଳରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୁନ୍ଦରଗଡ ଜିଲ୍ଲାରୁ ୯, କେନ୍ଦୁଝର  ୭, କେନ୍ଦ୍ରାପଡାରୁ ୬, ଭଦ୍ରକରୁ ୫, କୋରାପୁଟରୁ ୪, ରାୟଗଡାରୁ ୪, ବରଗଡରୁ ୨, ଝାରସୁଗୁଡାରୁ ୨, ଦେବଗଡରୁ ୧, ଗଞ୍ଜାମରୁ ୧, କନ୍ଧମାଳରୁ ୧, ନୟାଗଡରୁ ୧, ନୂଆପଡାରୁ ୧ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏ ମୋଟ ୧୦ ଲକ୍ଷ ୨୬ ହଜାର ୪୭୬ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୦ ଲକ୍ଷ ୧୨ ହଜାର ୫୮୩ ସୁସ୍ଥ ହୋଇସାରିଛନ୍ତି । ୫ ହଜାର ୬୪୨ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।

Comments are closed.