ଅକ୍ଟୋବର କୋରୋନା ଗାଇଡଲାଇନ୍ : ଟ୍ୱିନ ସିଟିରେ ଅକ୍ଟୋବର ୧୧ରୁ ୨୦ ଯାଏଁ ନାଇଟ କର୍ଫ୍ୟୁ ରାତି ୮ରୁ ସକାଳ ୫

ଭୁବନେଶ୍ୱର- ରାଜ୍ୟରେ ଅକ୍ଟୋବର ମାସ ପାଇଁ ଜାରି ହୋଇଛି କୋରୋନା ଗାଇଡଲାଇନ୍ । ନଭେମ୍ବର ୧ ଯାଏଁ ବଳବତ୍ତର ରହିବ ଗାଇଡଲାଇନ୍ । ପାର୍ବଣ ପାଇଁ କଟକ ଓ ଭୁବନେଶ୍ୱରରେ କଟକଣା କଡାକଡି ହୋଇଛି । ଟ୍ୱିନ ସିଟିରେ ଅକ୍ଟୋବର ୧୧ରୁ ୨୦ ତାରିଖ ରାତି ୮ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ କରାଯିବ । ପୂଜା ସମୟର ଭିଡକୁ ରୋକିବା ପାଇଁ ଦୁଇ ସହରରେ ଏହି ପଦକ୍ଷେପ ନିଆଯାଇଛି । ତେବେ,ରାଜ୍ୟରେ ଅନ୍ୟ ସହରାଂଚଳରେ ପୂର୍ବଭଳି ନାଇଟ କର୍ଫ୍ୟୁ ରାତି ୧୦ରୁ ସକାଳ ୫ ଯାଏଁ ବଳବତ୍ତର ରହିବ ।

Comments are closed.