ମାଲକାନଗିରିର ଯୋଡାଆମ୍ବ ଓ ଗୁରୁପ୍ରିୟା ସେତୁ ପରିଦର୍ଶନ କଲେ ବିଏସଫ ଆଇଜି, କହିଲେ ଲୋକଙ୍କ ମଧ୍ୟରେ ମାଓ ଭୟ କମିଛି

ମାଲକାନଗିରି – ବିଏସଏଫ ଆଇଜି ସତୀଶ ଚନ୍ଦ୍ର ବୁଡାକୋଟି ମାଲାକାନଗିରି ଜିଲ୍ଲା ଗସ୍ତ କରିଛନ୍ତି । ସେ ଯୋଡାଆମ୍ବ ଓ ଗୁରୁପ୍ରିୟା ସେତୁ ଅଂଚଳ ପରିଦର୍ଶନ କରିଥିଲେ । ମାଓ ପ୍ରଭାବିତ ଅଞ୍ଚଳରେ ବର୍ତ୍ତମାନର ସୁରକ୍ଷା ସ୍ଥିତି ସମୀକ୍ଷା କରିଥିଲେ ବିଏସଫ ଆଇଜି । ବିଏସଏଫ ଆଇଜିଙ୍କ ସହ ମାଲକାନଗିରି ଡିଆଇଜି ଏସ.କେ ସିଂହ ଓ କୋରାପୁଟ ଡିଆଇଜି ମଦନଲାଲ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱାଭିମାନ ଅଂଚଳରେ ବିଏସଏଫ ପୋଷ୍ଟ ହେବା ପରେ ରାସ୍ତା ସଂଯୋଗୀକରଣ ହୋଇଛି । ମାଓ ପ୍ରଭାବିତ ଅଂଚଳରେ ଉନ୍ନୟନମୂଳକ କାମ ଆରମ୍ଭ ହୋଇଛି । ସ୍ଥାନୀୟ ଲୋକେ ସରକାରୀ ଯୋଜନାର ଲାଭ ପାଇପାରୁଛନ୍ତି ବୋଲି ବିଏସଫ ଆଇଜି କହିଛନ୍ତି । ସ୍ଥାନୀୟ ଲୋକେ ଆଉ ମାଓବାଦୀଙ୍କୁ ଭୟ ନ କରି ସୁରକ୍ଷାକର୍ମୀଙ୍କ ସହ କଥା ହୋଇପାରୁଛନ୍ତି ବୋଲି ସେ କହିଛନ୍ତି ।

Comments are closed.