ଅକ୍ଟୋବର ୩୧ ତାରିଖ ଯାଏଁ ବଢିଲା ପରିବହନ ନିୟମ କୋହଳ ଅବଧି

ଭୁବନେଶ୍ୱର – ରାଜ୍ୟ ସରକାର ଅକ୍ଟୋବର ୩୧ ତାରିଖ ଯାଏଁ ଗାଡି ଫିଟନେସ ଓ ଡିଏଲ ଅବଧିକୁ ବୃଦ୍ଧି କରିଛନ୍ତି । କେନ୍ଦ୍ର ସରକାରଙ୍କ ପରାମର୍ଶରେ ଏହି କୋହଳ ଅବଧିକୁ ବୃଦ୍ଧି କରାଯାଇଛି । ୨୦୨୦ ମସିହା ଫେବ୍ରୁଆରୀ ପହିଲାରୁ ବା ୨୦୨୧ ଅକ୍ଟୋବର ୩୧ ତାରିଖ ପୂର୍ବରୁ ବୈଧତା ଶେଷ ହୋଇଥିବା ବା ହେଉଥିବା ଗାଡିଗୁଡିକର ଫିଟନେଓ ସାର୍ଟିଫିକେଟ, ଅଣପରିବହନ ଗାଡିର ପଂଜୀକରଣ ସାର୍ଟିଫିକେଟ, ଡିଏଲ, ଲର୍ଣ୍ଣର୍ସ ଲାଇସେନ୍ସ, ମାଲବାହୀ ଗାଡି, ଘରୋଇ ଗାଡି ଓ ଶିକ୍ଷାନୁଷ୍ଠାନର ବସଗୁଡିକର ପରମିଟ୍ ଅବଧିର ବୈଧତା ଅକ୍ଟୋବର ୩୧ ଯାଏଁ ବଳବ ର ରହିବ । ଏ ନେଇ ରାଜ୍ୟ ପରିବହନ କମିଶନରଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ସମସ୍ତ ଆଂଚଳିକ ପରିବହନ ଅଧିକାରୀ ( ଆରଟିଓ)ଙ୍କୁ ସବୁ କାର୍ଯ୍ୟଦିବସରେ ଡ୍ରାଇଭିଂ ଟେଷ୍ଟ କରିବା ନିମନ୍ତେ ୩୦ ଦିନ ଅଗ୍ରୀମ ବୁକିଂ କରାଯାଇପାରିବ ।

Comments are closed.