ଝାଡ଼ଖଣ୍ଡର ସପ୍ତମ ପତ୍ର ପରୀକ୍ଷାରେ ଓଡ଼ିଆ ଭାଷାକୁ ସାମିଲ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଦାବି

ଭୁବନେଶ୍ୱର: ଗତ ସେପ୍ଟେମ୍ବର ୨୦ ତାରିଖରେ ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ପରୀକ୍ଷା ନିମିତ୍ତ ଝାଡ଼ଖଣ୍ଡ ଏକାଡେମୀ କାଉନ୍‌ସିଲ୍ ଦ୍ଵାରା ପ୍ରକାଶିତ ହୋଇଥିବା ବିଜ୍ଞାପନ ସଂଖ୍ୟା ୩୩ / ୨୦୨୧ରେ ସପ୍ତମ ପତ୍ର ପରୀକ୍ଷାରେ ସଂସ୍କୃତ , ଉହୁଁ , ବଙ୍ଗଳା , ସାନ୍ତାଳୀ , ହୋ , ମୁଣ୍ଡାରୀ , କୁଡ଼ମାଳୀ ଆଦି ୧୨ଟି ଭାଷାରେ ପରୀକ୍ଷା ଦେବା ପାଇଁ ସୁଯୋଗ ଥିବା ସମୟରେ ରାଜ୍ୟର ଦ୍ବିତୀୟ ସରକାରୀ ଭାଷା ଭାବେ ମାନ୍ୟତା ପାଇଥିବା ଓଡ଼ିଆ ଭାଷାକୁ ବାଦ୍ ଦିଆଯାଇଥିବାରୁ ସଢ଼େଇକଳା , ଖରସୁଆଁ , ସିଂହଭୂମିଠାରେ ବସବାସ କରୁଥିବା ଓଡ଼ିଆଙ୍କର ଅତ୍ମସମ୍ମାନକୁ କୁଠାରାଘାତ କରିଅଛି ।

ଏ ବାବଦରେ ଓଡ଼ିଶା ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପତ୍ର ସଂଖ୍ୟା ୪୪୬ , ତା . ୩୦ / ୦୯ / ୨୦୨୧ ରିଖ ଯୋଗୁଁ ଝାଡ଼ଖଣ୍ଡ ରାଜ୍ୟର ଶିକ୍ଷାମନ୍ତ୍ରୀ ଜଗରନାଥ ମହତୋଙ୍କର ଦୃଷ୍ଟି ଆକର୍ଷଣ ପୂର୍ବକ ଯଥୋଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ଜଣାଇଛନ୍ତି ।

Comments are closed.