ବିଜେଡିକୁ ଜିତାଇଥିବାରୁ ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ପିପିଲି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କୁ ବିପୁଳ ଜନସମର୍ଥନ ଦେଇଥିବାରୁ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲିବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ବିଜୟ ପାଇଁ ନବୀନ ଦଳର ସମସ୍ତକର୍ମୀ ଓ ନେତୃବୃନ୍ଦଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ବିଜୁ ଜନତା ଦଳ ଲୋକଙ୍କର ଦଳ । ଲୋକଙ୍କ ସେବାରେ ବିଜେଡି ସର୍ବଦା ସମର୍ପିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.