ମହାନଦୀରେ ଭାସିଗଲେ ଗୋଟିଏ ପରିବାରର ୩ଜଣ, ଉଦ୍ଧାର କାର୍ଯ୍ୟ ଜାରି

ସମ୍ବଲପୁର : ଆଜି ଅପରାହ୍ନରେ ସମ୍ବଲପୁରର ମହାନଦୀ ଘାଟରେ ଏକ ଅଘଟଣ ଘଟିଛି | ଗାଧୋଇବାକୁ ଯାଇ ଗୋଟିଏ ପରିବାରର ୩ଜଣ ଭାସିଯାଇଛନ୍ତି | ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି |

ଆଜି ରୁକସାନା(12) ଓ ଭାଇ ଅବତାବ (10) ରିଂରୋଡ କଡରେ ମହାନଦୀରେ ଗାଧୋଉଥିଲେ | ଏହି ସମୟରେ ଉଭୟେ ଭାସି ଯାଇଥିଲେ | ଏମାନଙ୍କୁ ଉଦ୍ଧାର ପାଇଁ ବାପା ଏମଡି ଅଲତାବ(40) ମଧ୍ୟ ନଦୀକୁ ଡେଇଁ ପଡିଥିଲେ | ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହିତ ଅଗ୍ନିଶମ ବାହିନୀ ସେମାନଙ୍କ ମଧ୍ୟରୁ ପୁଅ ଅବତାବକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ବାପ ଝିଅଙ୍କ ପତ୍ତା ମିଳିନାହିଁ | ସେପଟେ ଗୁରୁତର ଅବତାବଙ୍କୁ ସଦର ଡାକ୍ତରଖାନା ପଠାଯାଇଛି |

Comments are closed.