ରାଜ୍ୟରେ ୪୫୩ ନୂଆ କୋରୋନା ପଜିଟିଭ, ୭ଟି ଜିଲ୍ଲାରୁ ଶୂନ, ୫ ହଜାର ତଳେ ସକ୍ରିୟ ମାମଲା

ଭୁବନେଶ୍ୱର – ରାଜ୍ୟରେ ତଳମୁହାଁ ହୋଇଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୫୩ ନୂଆ ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ଅଛନ୍ତି ୫୩ ଜଣ ଶିଶୁ କିଶୋର । ସଙ୍ଗରୋଧରୁ ୨୬୫ ଓ ସ୍ଥାନୀୟ ଅଞ୍ଚଳରୁ ୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୧, କଟକରୁ ୫୯, ଜଗତସିଂହପୁରରୁ ୨୪, ପୁରୀରୁ ୧୯, ସମ୍ବଲପୁରରୁ ୧୮, ବାଲେଶ୍ୱରରୁ ୧୭, ମୟୂରଭଞ୍ଜରୁ ୨୨, ଯାଜପୁରରୁ ୧୩, ସୁନ୍ଦରଗଡରୁ ୬, ଭଦ୍ରକରୁ ୪, କେନ୍ଦ୍ରାପଡାରୁ ୪, ଦେବଗଡରୁ ୩, କୋରାପୁଟରୁ ୩, ନୟାଗଡରୁ ୩, ରାୟଗଡାରୁ ୩, ଗଞ୍ଜାମରୁ ୨, ଅନୁଗୁଳରୁ ୧, ବରଗଡରୁ ୧, ବଲାଙ୍ଗିରରୁ ୧, ବୌଦ୍ଧରୁ ୧, ଝାରସୁଗୁଡାରୁ ୧, କେନ୍ଦୁଝରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭ଟି ଜିଲ୍ଲାରୁ ଗତ ୨୪ ଘଣ୍ଟାରେ କୌଣସି ମାମଲା ଆସିନାହିଁ ।
ରାଜ୍ୟରେ ଏ ଯାଏଁ ମୋଟ ୧୦ ଲକ୍ଷ ୨୮ ହଜାର ୮୧୯ ଜଣ ଲୋକ କୋରୋନା ସଂକ୍ରମିତ ହୋଇସାରିଛନ୍ତି । ଏମାନଙ୍କ ମଧ୍ୟରୁ ୧୦ ଲକ୍ଷ ୧୫ ହଜାର ୬୦୩ ସୁସ୍ଥ ହୋଇସାରିଛନ୍ତି । ୪ ହଜାର ୯୩୫ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Comments are closed.