ଗଞ୍ଜାମ: ବହୁମୁଖୀ ପ୍ରତିଭା ଡା. ଗୋପାଳକୄଷ୍ଣ ତ୍ରିପାଠୀଙ୍କ ବିୟୋଗ

ବ୍ରହ୍ମପୁର: ସୋମବାର ଦିନ ସ୍ବର୍ଗତ ଡା. ଗୋପାଳକୃଷ୍ଣ ତ୍ରିପାଠୀଙ୍କ ବାରପତ୍ର କାର୍ଯ୍ୟକ୍ରମ ପୁରୀ ବୋଇରାଇନି ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି। ସେ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ବ୍ରେନ୍ ସର୍ଜରୀ ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ସ୍ବର୍ଗତ ତ୍ରିପାଠୀ ଏକାଧାରରେ ଜଣେ ଆୟୁର୍ବେଦ ଡାକ୍ତର, କୃଷକ, ସ୍ବେଛାସେବୀ ଓ ବୋରୋସିଂ, ଚଡ଼ିଆପୋଡା, ନିମୁଣ୍ଡିଆ ଗ୍ରାମର କୁଳ ପୁରୋହିତ ଥିଲେ। ସେ କୋଭିଡ୍ ମହାମାରୀ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଭୟଭୀତ ନ ହୋଇ ଦିନ ରାତି ଘରକୁ ଘର ବୁଲି ଦେବଦୂତ ଭଳି ରୋଗୀମାନଙ୍କୁ ଚିକିତ୍ସା କରି କରୋନା ଯୋଦ୍ଧା ସାଜିଥିଲେ। ସ୍ୱର୍ଗତ ତ୍ରିପାଠୀଙ୍କ ମୃତ୍ୟୁରେ ବୋରୋସିଂ, ଚଡ଼ିଆପୋଡା, ନିମୁଣ୍ଡିଆ, ଓସିଂହି ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳଯାଇଛି।

Comments are closed.