ଖଜୁରୀପଡା ଆଇଆଇସି ରମାକାନ୍ତ ପାତ୍ର ସସପେଣ୍ଡ୍‌

ଫୁଲବାଣୀ – କ୍ଷମତାର ଦୁରୂପଯୋଗ କରିଥିବାରୁ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଆଇଆଇସି ରମାକାନ୍ତ ପାତ୍ରଙ୍କୁ ସସପେଣ୍ଡ କରିଛନ୍ତି ଡିଜିପି ଅଭୟ । ଏହି ମାସ ୩ ତାରିଖରେ ଖଜୁରୀପଡା ବଜାରରେ ଆଇଆଇସିଙ୍କ ଉନ୍ମତ୍ତକାଣ୍ଡ ଯୋଗୁଁ ତାଙ୍କୁ ସସପେଣ୍ଡ କରାଯାଇଥିବା ଡିଜିପି କହିଛନ୍ତି । ଗତ ରବିବାର ଆଇଆଇସି ରମାକାନ୍ତ ପାତ୍ର ମଦପିଇ ଖଜୁରୀପଡା ବଜାରରେ କିଛି ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ବ୍ୟବସାୟୀମାନେ ଏହାକୁ ବିରୋଧ କରି ଦୋକାନବଜାର ବନ୍ଦ କରିବା ସହ ରାସ୍ତା ଅବରୋଧ କରିଥିଲେ । ଆଇଆଇସିଙ୍କୁ ଗିରଫ କରାଯିବା ସହ ତାଙ୍କୁ ସସପେଣ୍ଡ କରିବା ପାଇଁ ବ୍ୟବସାୟୀମାନେ ଦାବି କରିଥିଲେ ।

Comments are closed.